ଜିଲ୍ଲାବ୍ରେକିଂ

ବିଏମ୍ସି ର ଦାଦାଗିରି। ଭୁଲ ରିପୋର୍ଟ ଦେଇ ପ୍ରାଇଭେଟ ଜାଗାରେ କରିଦେଉଛି ସରକାରୀ ପ୍ରୋଜେକ୍ଟ। ନ୍ୟାୟ ପାଇଁ ବିଏମସି ଅଧିକାରୀ ଙ୍କ ଗାଡ଼ି ଆଗରେ ସୋଇଲେ ମହିଳା।

125views

ଚନ୍ଦ୍ରଶେଖରପୁର ଅଞ୍ଚଳର ତଥା ମଞ୍ଚେଶ୍ୱର ଥାନା ଅଧୀନରେ ଥିବା ପୋଖରନ ଭିଲେଜରେ ଜଣେ ମହିଳାଙ୍କର ପାଖାପାଖି ୧ ଏକର ଜାଗାକୁ ମାଡ଼ିବସିଛି ବିଏମସି।


ନିଜ ଜାଗାକୁ ବିଏମସି କବଳରୁ ରକ୍ଷା କରିବା ଏବଂ ଦୀର୍ଘବର୍ଷ ନ୍ୟାୟ ଅପେକ୍ଷାରେ ଥିବା ମାଲିକାନାରେ ଥିବା ମହିଳା ଜଣକ କିଛି ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ସାଙ୍ଗକୁ ବଡ଼ବଡ଼ ଅଧିକାରୀଙ୍କ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି।


ବିଭିନ୍ନ ଜାଗାରେ ଅନୁପ୍ରବେଶ କରି ସରକାରୀ ଜାଗାରେ ବେଆଇନ ବସ୍ତି ଏବଂ ବାସଗୃହ ନିର୍ମାଣ କରାଯାଉଥିବା ବେଳେ ବିଏମସି ଚୁପ ରହୁଛି କିନ୍ତୁ ଏଠି ନିଜ ପୈତୃକ ସମ୍ପତ୍ତି ତଥା ପଟା ଥିବା ଜାଗାକୁ ଜାଣିଶୁଣି ଭୁଲ ସର୍ଭେ ରିପୋର୍ଟ ଦାଖଲ କରି ବିଏମସି ମାଡ଼ି ବସିଥିବା କଥା ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି।