ଅପରାଧ

ଡ଼ିସିପି ଅଫିସ ପ୍ରାଙ୍ଗଣରେ ଆୟୋଜିତ ହେଲା ମୋବାଇଲ ମେଳା।

143views

କମିଶନରେଟ୍ ପୋଲିସର ପ୍ରଶସନୀୟ ଉଦ୍ୟମ । ବିଭିନ୍ନ ଥାନା ଅଞ୍ଚଳରେ ଚୋରି ହୋଇଥିବା ୧୮୨ଟି ମୋବାଇଲକୁ ପୋଲିସ ଉଦ୍ୟମରେ ଫେରିପାଇଲେ ବ୍ୟବହାରକାରୀ । ଏହି ଉପଲକ୍ଷେ ଭୁବନେଶ୍ଵର ଡିସିପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ମୋବାଇଲ ମେଳା । ଏହି ମେଳାରେ ଉପସ୍ଥିତ ଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ, ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ୍ । ପୋଲିସ କମିଶନରଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଲୋକଙ୍କ ଲାଇଫ ଲାଇନ୍ ପାଲଟିଛି ମୋବାଇଲ । ପ୍ରତିଦିନ ମୋବାଇଲ ହଜିବା ନେଇ ସଂଖ୍ୟାଧିକ ଅଭିଯୋଗ ଆସୁଛି । ବ୍ୟବହାରକାରୀଙ୍କ ଆବଶ୍ୟକତାକୁ ଗୁରୁତ୍ଵ ଦେଇ ମେଳା ମାଧ୍ୟମରେ ଚୋରି ହୋଇଥିବା ମୋବାଇଲକୁ ଠାବ କରିବା ସହ ମୋବାଇଲ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ , ମୋବାଇଲ ଫେରି ପାଇବା ପରେ କମିଶନରେଟ୍ ପୋଲିସକୁ ଧନ୍ୟବାଦ୍ ଦେଇଛନ୍ତି ରାଜଧାନୀ ବାସିନ୍ଦା।