ବ୍ରେକିଂରାଜ୍ୟ

ପୁଣି ଆକ୍ସନ ମୋଡ଼ ରେ କମିଶନରେଟ ପୁଲିସ.

164views

ପୁଣି ଆକ୍ସନ ମୋଡ଼ ରେ କମିଶନରେଟ ପୁଲିସ. ନିଶା ବେପାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ. ମାଫ ନାହିଁ ନିଶା ବେପାରୀଙ୍କୁ ।ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଣ୍ଡା ପାର୍କ ବସ୍ତିରେ ଦୀର୍ଘ 15 ବର୍ଷ ଧରି ସରକାରୀ ଜାଗାରେ ଘର କରି ବେପାର କରୁଥିବା ଏକ ପରିବାର ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି। ଏହି ପରିବାରର ଏକାଧିକ ସଦସ୍ୟ ଏହି ବେଆଇନ ନିଶା କାରବାରରେ ଲିପ୍ତ ଥିବା ସହ ସେମାନଙ୍କ ବିରୋଧରେ 35 ଟି ଅଭିଯୋଗ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ସହ ଆଗାମୀ ଦିନରେ ମଧ୍ୟ ଏହିପରି ଯେଉଁମାନେ ବେଆଇନ ନିଶା କରବାର କରୁଥିବାର ନଜର ଆସେ।ସେମାନଙ୍କ ବିରୋଧରେ ପୋଲିସର କଡା ଆଭିମୁଖ୍ୟ ରହିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। କିନ୍ତୁ ସବୁଠାରୁ ଚିନ୍ତାର ବିଷୟ ଯେ ଜଣେ ନିଶା ବେପାରୀ ନାମରେ 35ମାମଲା ପର୍ଯ୍ୟନ୍ତ କଥା କାହିଁକି ଗଲା. ଏତେ ଅଭିଯୋଗ ଥାଇ ମଧ୍ୟ କାହିଁକି ଧରା ଯାଉନଥିଲା. ସେହି ଅଂଚଳରେ ପୁଲିସ ଏବଂ ନିଶା ବେପାରୀଙ୍କ ମଧୁଚନ୍ଦ୍ରିକା ଥିବା କଥା ପ୍ରଚାର ହେଉଥିବା ବେଳେ ଏପରି ମାମଲା ସାମ୍ନାକୁ ଆସିବାରୁ ପୁଲିସ ର କାର୍ଯ୍ୟକାରିତା ସନ୍ଦେହ ଘେରରେ ଅଛି.