ରାଜ୍ୟ

ସ୍ୱାଧୀନତା ଦିବସ ପାଇଁ ଚଳଚଞ୍ଚଳ ଦେଶ ଓ ରାଜ୍ୟ।

138views

ସ୍ୱାଧୀନତା ଦିବସ ପାଇଁ ଚଳଚଞ୍ଚଳ ଦେଶ ଓ ରାଜ୍ୟ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି। ଯାହାର ସୁରକ୍ଷା ସମୀକ୍ଷା କରିଛନ୍ତି ପୁଲିସ ଡ଼ିଜି ସୁନୀଲ ବଂଶଲ ଏବଂ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।


ପରେଡ଼ ସ୍ଥାନରେ ସୁନ୍ଦର ଭାବେ ଫୁଲ ଡ୍ରେସ ରିହଲସଲ ଶେଷ ହୋଇଛି । ସାରା ରାଜ୍ୟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଓ ମାଓ ପ୍ରବଣ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ପାଇଁ ବିଭିନ୍ନ ସୁରକ୍ଷାବଳ ତଥା ବିଏସଏଫ , ସିଆରପିଏଫ , ଏସଓଜି ଓ ପରାମିଲିଟାରୀ ଫୋର୍ସ ଗୁଡିକ ସମସ୍ତ ମାଓ ଅଧୁସିତ ଅଞ୍ଚଳରେ ମୁତୟନ କରାଯିବ। ନେଇ ସମସ୍ତ ଜିଲ୍ଲାର ଏସ୍ପିଙ୍କୁ ମଧ୍ୟ ଆଲର୍ଟ କରାଯାଇଥିବା କହିଛନ୍ତି ପୁଲିସ ଡ଼ିଜି ସୁନୀଲ ବଂଶଲ ।

ସେପଟେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର ରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରଗଣ କରଯାଇଛି । ଭୁବନେଶ୍ୱର ରେ ମୁତୟନ ହେବେ 15 ପ୍ଲାଟୁନ ଫୋର୍ସ । ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୋଭିଡ଼ ଗାଇଡ଼ ଲାଇନ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଦୈତ୍ୟନଗରୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।