
154views
ଘୃଣା ନୁହେଁ ଆମକୁ ରୋଜଗାର ଦିଅ ଏବଂ ବଞ୍ଚିବାର ଅଧିକାର ଦିଅ। ଦେଶରେ ବଢ଼ୁଥିବା ବେକାରୀ ସମସ୍ୟା ଓ କୋଟିକୋଟି ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ପ୍ରତିବାଦ ନେଇ ସଂଯୁକ୍ତ ରୋଜଗାର ଆନ୍ଦୋଳନ ସମିତି ଆନ୍ଦୋଳନ ପାଇଁ ଦିଲ୍ଲୀ ଚଲୋ ଡାକରା ଦେବା ସହ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ବିଭିନ୍ନ ବିଭାଗରେ ଲକ୍ଷ୍ୟ ଲକ୍ଷ ପଦବୀ ଖାଲି ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ବେଖାତିର କରି ସମସ୍ତ ସରକାରୀ ସଂସ୍ଥା କୁ ଘରୋଇ କରଣ କରିବାରେ ଲାଗିଛନ୍ତି। ତେଣୁ ରାଷ୍ଟ୍ରୀୟ ରୋଜଗାର ଆଇନ ପ୍ରଣୟନ ଦାବି ନେଇ ଆସନ୍ତା ଅଗଷ୍ଟ ୧୬ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଯନ୍ତରମନ୍ତର ଠାରେ ଏକ ଆନ୍ଦୋଳନ କରିବା ପାଇଁ ସଂଯୁକ୍ତ ରୋଜଗାର ଆନ୍ଦୋଳନ ସମିତି କର୍ମକର୍ତ୍ତା ମାନେ ଭୁବନେଶ୍ୱର ରେଳ ଷ୍ଟେସନରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।
add a comment