କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ସାହାଙ୍କ ଓଡ଼ିଶା ଗସ୍ତ। ଏନେଇ କେନ୍ଦ୍ର ସୁରକ୍ଷା ସଂସ୍ଥା ଓ କମିଶନରେଟ ପୁଲିସର ସୁରକ୍ଷା ସମୀକ୍ଷା।

130views
କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ସାହାଙ୍କ ଓଡ଼ିଶା ଗସ୍ତ। ଏନେଇ କେନ୍ଦ୍ର ସୁରକ୍ଷା ସଂସ୍ଥା ଓ କମିଶନରେଟ ପୁଲିସର ସୁରକ୍ଷା ସମୀକ୍ଷା।
ଓଡ଼ିଶା ଗସ୍ତରେ ଅମିତ ସାହା ଆସୁଥିବା ବେଳେ ଜୋରଦାର ସୁରକ୍ଷା ସମୀକ୍ଷା କରିଛି କମିଶନରେଟ ପୁଲିସ। ଉଭୟ କେନ୍ଦ୍ର ଏବଂ ରାଜ୍ୟ ରେ ଥିବା ସିକ୍ୟୁରୀଟି ଏଜେନ୍ସି ଓ କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ମେଫେୟାର ହୋଟେଲରେ ଏକ ବୈଠକ ଆୟୋଜିତ ହୋଇଛି। ହୋଟେଲର ଲବି, ରୁମ ଷ୍ଟେୟାର ଏବଂ ଲର୍ଣ୍ଣ ଠାରୁ ଆରମ୍ଭ କରି କନଭେନ୍ସନ ହଲ ପର୍ଯ୍ୟନ୍ତ କଡାକଡି ଚେକିଂ କରିଥିଲେ ଉପସ୍ଥିତ ସମସ୍ତ ଅଧିକାରୀ। ଜେଡ଼ପ୍ଲସ ସିକ୍ୟୁରୀଟି ଥିଲେ ମଧ୍ୟ ବିଶେଷ କରି ଏୟାରପୋର୍ଟ ରୁ ହୋଟେଲ ଆସିବା ବେଳେ ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବା ସହ ହୋଟେଲକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯିବାର ବ୍ୟବସ୍ଥା କରାଯାଇଛି।
add a comment