ଜିଲ୍ଲା

5T ସଚିବଙ୍କ ବିଭିନ୍ନ ଟ୍ରାଫିକ୍ ପରିଦର୍ଶନ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଅକ୍ସସ ମୋଡରେ ଟ୍ରାଫିକ୍ ପୋଲିସ ଏବଂ ବିଏମସି ଟିମ୍। ଜବରଦଖଲ ଉଚ୍ଛେଦ।

131views

ଦିନକୁ ଦିନ ରାଜଧାନୀରେ ଟ୍ରାଫିକ୍ ସମସ୍ୟା ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି। ବିଭିନ୍ନ ସ୍ଥାନରେ ରାସ୍ତା ଜାମ୍ ପାଇଁ ଅନେକ ଅସୁବିଧା ଉପୁଜୁଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ କିଛି ସମୟ ଅଟକୁଛି। ଏହାର କାରଣ ରାସ୍ତା ଉପରେ ରହିଥିବା ଉଠା ଦୋକାନୀଙ୍କ ଅବୈଧ ନିର୍ମାଣ ବୋଲି ଜଣା ପଡ଼ିଛି।


ଏ ନେଇ 5T ସଚିବଙ୍କ ବିଭିନ୍ନ ଟ୍ରାଫିକ୍ ପରିଦର୍ଶନ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଅକ୍ସସ ମୋଡରେ ଟ୍ରାଫିକ୍ ପୋଲିସ ଏବଂ ବିଏମସି ଟିମ୍। ଶୁକ୍ରବାର ସକାଳୁ ସକାଳୁ ନାଲକୋ ଛକରୁ ଡମଣା ଛକ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଥିଲାା ଉଛେଦ କାର୍ଯ୍ୟ। ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତିରେ ଅବୈଧ ଭାବେ ଏକ୍ସଟେନସନ କରିଥିବା ଉଠା ଦୋକାନ ଗୁଡିକ ବୁଲଡୋଜର ଲଗେଇ ଭାଙ୍ଗି ଦିଆଯାଇଥିଲା।