
134views
ବୃଦ୍ଧାଙ୍କ ପେନସନ୍ ଆକାଉଣ୍ଟ ରୁ ଚାଲିଗଲା ୧ଲକ୍ଷ ୩୪ହଜାର ଟଙ୍କା। ସାଇବର ଥାନାରେ ହେଲା ଅଭିଯୋଗ।
ନା ମୋବାଇଲ ର ମେସେଜ ବକ୍ସକୁ ଆସିଲା ଅଜଣା ଲିଙ୍କ ନା ଓଟିପି । ତଥାପି ପେନସନ ଧାରୀଙ୍କ ଆକାଉଣ୍ଟ ରୁ ଗୟାବ ହୋଇଗଲା ୧ଲକ୍ଷ ୩୪ହଜାର ଟଙ୍କା। ଏଭଳି ଭାବରେ ଜଣେ ବୃଦ୍ଧା ମହିଳା ଠେକଇ ର ଶୀକାର ହେବା ପରେ ତାଙ୍କ ପୁଅ ସାଇବାର ଥାନାରେ ଅଭିଯୋଗ କରିବା ସହ ବ୍ୟାଙ୍କର କାର୍ଯ୍ୟକାରିତା ଉପରେ ସନ୍ଦେହ କରିଛନ୍ତି।
ପୂର୍ବରୁ କଲ , ମେସେଜ ଲିଙ୍କ ଏବଂ ଓଟିପି ପଠାଇ ସାଇବର ଲୂଟ ହେଉଥିବା ବେଳେ ଏବେ ବିନା ଫୋନ ହ୍ୟାକ ଓ କୌଣସି ଡିଜିଟାଲ ଆପ୍ ର ବ୍ୟବହାର ନ ହୋଇ ସାଇବର ଲୂଟ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ଘଟଣାରେ କାହାର ହାତ ଅଛି ସେ ନେଇ ଖୋଳତାଡ଼ କରୁଛି ସାଇବର ଥାନା ପୁଲିସ।
add a comment