ଅପରାଧବ୍ରେକିଂ

ଚାଟାର୍ଡ ଆକାଉଣ୍ଟାଣ୍ଟ ଚଳାଉଥିଲେ ବେଆଇନ ଲୋନ ଆପ୍ ।

133views

ଚାଟାର୍ଡ ଆକାଉଣ୍ଟାଣ୍ଟ ଚଳାଉଥିଲେ ବେଆଇନ ଲୋନ ଆପ୍ । ଚାଇନା କମ୍ପାନୀ ସହ ମିସାଇଥିଲେ ହାତ। ଇଓଡ଼ବ୍ଲ୍ୟୁ ହାତରେ ନିରବ ଗୁପ୍ତା ଧରା ପଡିବାରୁ ଖୋଲିଲା ଗୁମର।


ଏପର୍ଯ୍ୟନ୍ତ ଇଓଡ଼ବ୍ଲ୍ୟୁ ତାଙ୍କ ଠାରୁ ୩୦ ଲକ୍ଷ ଟଙ୍କା ସହ ଗୋଟେ ଲାପଟପ ସହ ଏକାଧିକ ଫୋନ , ୧୧ ଟି ସିମ କାର୍ଡ , ଡିଜିଟାଲ ସିଗ୍ନେଚର , ଓ ଡିଜିଟାଲ ଆକାଉଣ୍ଟ ସହ ପାସବୁକ ଜବତ କରିଛି । ତଦନ୍ତ ଅନୁସାରେ ସିଧାସଳଖ ଚାଇନାରୁ ତାଙ୍କୁ ଟଙ୍କା ମିଳିଥିବା ଜଣାପଡିଛି । ଆଗକୁ ତାଙ୍କୁ ପାଞ୍ଚଦିନ ରିମାଣ୍ଡ ରେ ଆଣିବା ପାଇଁ କୋର୍ଟ ରେ ଆବେଦନ କରିଛି ଇଓଡ଼ବ୍ଲ୍ୟୁ । ତେବେ ଏପରି ଠକ ଏବଂ ବେଆଇନ ଆପ୍ ଜାଲରେ ନପଡ଼ିବାକୁ ଅପିଲ କରିଛନ୍ତି ଇଓଡ଼ବ୍ଲ୍ୟୁ ଏଏସ୍ପି ଦିଲ୍ଲୀପ କୁମାର ତ୍ରିପାଠୀ।


ବିୟୁରୋ ରିପୋର୍ଟ ସ୍ପୀଡ଼24 ଭାରତ।