କର୍ପୋରେଟ ପ୍ରୀତି ଓ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଯୋଜନାକୁ ସମ୍ପୂର୍ଣ ବନ୍ଦ କରାଯାଉ କିମ୍ବା ଏହି କାମକୁ ହାତ ଗଣତି ଲୋକଙ୍କୁ ନଦେଇ ସମସ୍ତ ଆର୍ଟିଷ୍ଟଙ୍କୁ ଦିଆଯାଉ ଯାହାଦ୍ୱାରା 20ହଜାର ପରିବାର ଉପକୃତ ହେବେ.

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସ୍କିମ ବନ୍ଦ କର, ନଚେତ ରୋଜଗାର ହରାଇଥିବା 20ହଜାର ଷ୍ଟିକରିଂ ଆର୍ଟିଷ୍ଟଙ୍କୁ ରୋଜଗାର ଅଥବା ବିକଳ୍ପ ଭାବେ ମାସକୁ 20ହଜାର ଟଙ୍କା ଭତ୍ତା ଦିଅ.
ଏହି ପରି କିଛି କିଛି ଦାବି ନେଇ “ଓଡ଼ିଶା ନମ୍ବର ପ୍ଲେଟ ଷ୍ଟିକରିଂ ଆର୍ଟିଷ୍ଟ ଆସୋସିଏସନ” ୧୬ଦିନ ହେବ ଲୋୟର ପିଏମଜି ରେ ଧାରଣା ଦେଇଥିବା ବେଳେ ଆଜି ରାଜରାସ୍ତାକୁ ଓଲ୍ହାଇଛନ୍ତି. ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ରାଲି କରିବା ସହ ଲୋୟର ପିଏମଜି ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁଳିକା ଦାହ କରିଥିଲେ।
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସ୍କିମ ଆସିବା ପରେ ଷ୍ଟିକରିଂ ଏବଂ ନମ୍ବର ପ୍ଲେଟ କାମ କରି ନିଜ ପରିବାରର ଭରଣପୋଷଣ କରୁଥିବା ହଜାର ହଜାର ଷ୍ଟିକରିଂ ଆର୍ଟିଷ୍ଟଙ୍କ ହାତ ବନ୍ଧା ହୋଇଥିବା ବେଳେ ଭବିଷ୍ୟତ ଅନ୍ଧାର ଘେରରେ.

ସାରା ରାଜ୍ୟରେ ଲକ୍ଷ ଲକ୍ଷ ଗାଡ଼ି ନମ୍ବର ପ୍ଲେଟ କାମ ପାଇଁ କେବଳ ୩ଜଣକୁ ଠିକା କାହା ସ୍ୱାର୍ଥରେ ଦିଆ ଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ.
ଏଣୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି ଯେ ନିଜର କର୍ପୋରେଟ ପ୍ରୀତି ଓ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଯୋଜନାକୁ ସମ୍ପୂର୍ଣ ବନ୍ଦ କରାଯାଉ କିମ୍ବା ଏହି କାମକୁ ହାତ ଗଣତି ଲୋକଙ୍କୁ ନଦେଇ ସମସ୍ତ ଆର୍ଟିଷ୍ଟଙ୍କୁ ଦିଆଯାଉ ଯାହାଦ୍ୱାରା 20ହଜାର ପରିବାର ଉପକୃତ ହେବେ.
ଯଦି ସରକାର ଏହି କଳାକାରଙ୍କ ରୋଜଗାର ଛଡାଇ ନେବେ ଏବଂ ତାଙ୍କ ଦାବି ପୂରଣ ନକରିବେ ତେବେ ଏହାର ଜବାବ ୨୦୨୪ନିର୍ବାଚନ ରେ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।