ବ୍ରେକିଂରାଜ୍ୟ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସ୍କିମ ବନ୍ଦ କର, ନଚେତ ରୋଜଗାର ହରାଇଥିବା 20ହଜାର ଷ୍ଟିକରିଂ ଆର୍ଟିଷ୍ଟଙ୍କୁ ରୋଜଗାର ଅଥବା ବିକଳ୍ପ ଭାବେ ମାସକୁ 20ହଜାର ଟଙ୍କା ଭତ୍ତା ଦିଅ.

Speed 24 bharat
166views

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସ୍କିମ ବନ୍ଦ କର, ନଚେତ ରୋଜଗାର ହରାଇଥିବା 20ହଜାର ଷ୍ଟିକରିଂ ଆର୍ଟିଷ୍ଟଙ୍କୁ ରୋଜଗାର ଅଥବା ବିକଳ୍ପ ଭାବେ ମାସକୁ 20ହଜାର ଟଙ୍କା ଭତ୍ତା ଦିଅ.

ଏହି ପରି କିଛି କିଛି ଦାବି ନେଇ “ଓଡ଼ିଶା ନମ୍ବର ପ୍ଲେଟ ଷ୍ଟିକରିଂ ଆର୍ଟିଷ୍ଟ ଆସୋସିଏସନ” ଚାରିଦିନ ହେବ ଲୋୟର ପିଏମଜି ରେ ଧାରଣା ଦେଇଛନ୍ତି.
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସ୍କିମ ଆସିବା ପରେ ଷ୍ଟିକରିଂ ଏବଂ ନମ୍ବର ପ୍ଲେଟ କାମ କରି ନିଜ ପରିବାରର ଭରଣପୋଷଣ କରୁଥିବା ହଜାର ହଜାର ଷ୍ଟିକରିଂ ଆର୍ଟିଷ୍ଟଙ୍କ ହାତ ବନ୍ଧା ହୋଇଥିବା ବେଳେ ଭବିଷ୍ୟତ ଅନ୍ଧାର ଘେରରେ.
ସାରା ରାଜ୍ୟରେ ଲକ୍ଷ ଲକ୍ଷ ଗାଡ଼ି ନମ୍ବର ପ୍ଲେଟ କାମ ପାଇଁ କେବଳ ୩ଜଣକୁ ଠିକା କାହା ସ୍ୱାର୍ଥରେ ଦିଆ ଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ.

ଏଣୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି ଯେ ନିଜର କର୍ପୋରେଟ ପ୍ରୀତି ଓ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଯୋଜନାକୁ ସମ୍ପୂର୍ଣ ବନ୍ଦ କରାଯାଉ କିମ୍ବା ଏହି କାମକୁ ହାତ ଗଣତି ଲୋକଙ୍କୁ ନଦେଇ ସମସ୍ତ ଆର୍ଟିଷ୍ଟଙ୍କୁ ଦିଆଯାଉ ଯାହାଦ୍ୱାରା 20ହଜାର ପରିବାର ଉପକୃତ ହେବେ.