ଜାତୀୟ ଓ ଅନ୍ତର୍ଜାତୀୟ

ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ଓ ୭୫ତମ ସ୍ୱାଧୀନତା ଦିବସ ପାଳନ କୁ ନେଇ ବଢ଼ିଛି ଉତ୍କଣ୍ଠା।

127views

ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ଓ ୭୫ତମ ସ୍ୱାଧୀନତା ଦିବସ ପାଳନ କୁ ନେଇ ବଢ଼ିଛି ଉତ୍କଣ୍ଠା। ଏଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର ଘର ତିରଙ୍ଗା ସ୍ଲୋଗାନ ମଧ୍ୟ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିର୍ଲା ଗ୍ଲୋବାଲ ୟୁନିଭରସିଟି ଏବଂ ନ୍ୟାସନାଲ ସର୍ଭିସ ସ୍କିମ ପକ୍ଷରୁ କମିଶନରେଟ ପୁଲିସ ସହଯୋଗ ଦ୍ୱାରା ଏକ ତିରଙ୍ଗା ଶୋଭାଯାତ୍ରା କଳିଙ୍ଗ ଷ୍ଟାଡିୟମ ଛକରୁ ବାହାରି ପୁଲିସ ଭବନ ଅଭିମୁଖେ ଯାଇଥିଲା। ଶୋଭାଯାତ୍ରା ପରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଛାତ୍ରଛାତ୍ରୀଙ୍କୁ ଦେଶ ପ୍ରତି ସମସ୍ତଙ୍କ କର୍ତ୍ତବ୍ୟ ଉପରେ ଉଦବୋଧନ ଦେଇଥିଲେ।