ବ୍ରେକିଂ

ଶିକାରୀ ଓ ବନ କର୍ମଚାରୀ ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା ବେଳେ ଘଟଣା ରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ପଶୁପ୍ରେମୀ ସଂଗଠନ ପକ୍ଷରୁ ଦାବି କରାଯାଇଛି।

121views

ରାଜ୍ୟର ବିଭିନ୍ନ ଜଙ୍ଗଲରୁ ମୃତ ଗଳିତ ଶବ ଓ ହାତୀଙ୍କ କଙ୍କାଳ ମିଳିବା ଘଟଣା ଅତ୍ୟନ୍ତ ଦୁଃଖ ଦାୟକ।


କାର୍ଯ୍ୟରେ ଅବହେଳା ଯୋଗୁ ହାତୀ ମାନଙ୍କର ମୃତ୍ୟୁ ହେଉଛି ପରେ ଏହି ଜଘନ୍ୟ ଅପରାଧକୁ ଲୁଚାଇବା ପାଇଁ ଜୋରଦାର ପ୍ରୟାସ କରାଯାଉଛି ଓ ଏଥିସହିତ ଶିକାରୀଙ୍କ ସହ ବନ କର୍ମଚାରୀ ସମ୍ପୃକ୍ତି ନେଇ କଥା ଉଠୁଛି ଯାହାର ତଦନ୍ତ ମଧ୍ୟ ଚାଲିଛି।


ହାତୀ ମୃତ୍ୟୁ ପଛରେ ବନ ବିଭାଗର ଅବହେଳା ସାମ୍ନାକୁ ଆସିବା ପରେ ଅନେକ ପରିବେଶ ବିତ୍, ପଶୁପ୍ରେମୀ ଓ ସାମାଜିକ କର୍ମୀମାନେ ସ୍ୱର ଉତ୍ତୋଳନ କରିବା ସହ ପିସିସିଏଫ କାର୍ଯ୍ୟାଳୟ ଏବଂ ନନ୍ଦନକାନନ ସମ୍ମୁଖରେ ଅଭିନବ ଉପାୟରେ ପ୍ରତିବାଦ ମଧ୍ୟ କରୁଛନ୍ତି।


ଶିକାରୀ ଓ ବନ କର୍ମଚାରୀ ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା ବେଳେ ଘଟଣା ରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ପଶୁପ୍ରେମୀ ସଂଗଠନ ପକ୍ଷରୁ ଦାବି କରାଯାଇଛି।