ବ୍ରେକିଂରାଜ୍ୟ

ଓମ୍ଫେଡ଼ର ମାନାଜିଙ୍ଗ ଡ଼ାଇରେକ୍ଟର ଙ୍କ ହ୍ଵାଟସ ଆପ୍ ଆକାଉଣ୍ଟ ହ୍ୟାକ।

132views

ଓମ୍ଫେଡ଼ର ମାନାଜିଙ୍ଗ ଡ଼ାଇରେକ୍ଟର ଙ୍କ ହ୍ଵାଟସ ଆପ୍ ଆକାଉଣ୍ଟ ହ୍ୟାକ। ଆଶିଷ ଚନ୍ଦ୍ର ସିନ୍ହା ଙ୍କ ହ୍ଵାଟସ ଆପ୍ ଆକାଉଣ୍ଟ ହ୍ୟାକ କଲେ ସାଇବର ଠକ। ପ୍ରୋଫାଇଲ ଫୋଟୋ ବ୍ୟବହାର କରି ବିଭିନ୍ନ ଗ୍ରୁପରେ ଗିଫ୍ଟ ଭାଉଚର ପଠାଇ ଟଙ୍କା ମାଗିଲେ ସାଇବର ଲୁଟେରା।

ଗତ ମାସ ୨୫ତାରିଖରେ ଏଭଳି ଏକ କଥା ସାମ୍ନାକୁ ଆସିଲା ପରେ ବ୍ୟକ୍ତିଗତ ଭାବେ ଓମ୍ଫେଡ଼ ପରିଚାଳନା ନିର୍ଦେଶକ ଏବଂ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଇବର ଥାନାରେ କରାଯାଇଥିଲା ଲିଖିତ ଅଭିଯୋଗ। ଆଜି ପୁଣି ଥରେ ସାଇବର ଲୁଟେରା କିଛି ଲୋକଙ୍କୁ ଓମ୍ଫେଡ଼ ପକ୍ଷରୁ ଗିଫ୍ଟ ଭାଉଚର ଦେଇ ଟଙ୍କା ମାଗିଥିଲା ବେଳେ ଓମ୍ଫେଡ଼ କର୍ତ୍ତୃପକ୍ଷଙ୍କ ମନରେ ପଶିଛି ଛନକା। ପୁନର୍ବାର ଲିଖିତ ଅଭିଯୋଗ ନେଇ ସାଇବର ଥାନାର ଦ୍ଵାରସ୍ତ ହେଲେ ଓମ୍ଫେଡ଼ କର୍ତ୍ତୃପକ୍ଷ। ମେସେଜ ଆସୁଥିବା ନମ୍ବର କୁ ନେଇ ତନାଘନା।